ହିଜକିୟ ଯିହୁଦା ରେ ରାଜତ୍ୱ କଲେ
1. ଇଶ୍ରାୟେଲର ରାଜା ଏଲାଙ୍କ ପୁତ୍ର, ହାେେଶୟଙ୍କ ରାଜତ୍ବର ତୃତୀୟ ବର୍ଷ ରେ ଅହସ୍ଙ୍କ ପୁତ୍ର ହିଜକିଯ ଯିହୁଦା ରେ ରାଜ୍ଯ ଶାସନ କରିବାକୁ ଆରମ୍ଭ କଲେ।
2. ହିଜକିଯ ପଚିଶ ବର୍ଷ ବଯସ୍କ ଥିଲେ ଯେତବେେଳେ ସେ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିଯଙ୍କର କନ୍ଯା ଥିଲେ।
3. ହିଜକିଯ ତାଙ୍କର ପୁର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିଯାନୁସା ରେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ।
4. ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରି ଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶରୋ ମୂର୍ତ୍ତୀ ଗୁଡିକୁ କାଟି ପକାଇଲେ। ପୁଣି ମାଶାେ ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ଯ ରେ ଇଶ୍ରାୟେଲ ସନ୍ତାନଗଣ ସହେି ସମୟ ପର୍ୟ୍ଯନ୍ତ ଧୂପ ଜଳାଉଥିଲେ। ଏହାର ନାମ ନହୁଷ୍ଟର୍ନ ରଖିଲେ।
5. ହିଜକିଯ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠା ରେ ଦୃଢ ବିଶ୍ବାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୁର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିଯଙ୍କ ପରି ନଥିଲେ।
6. ସେ ସଦାପ୍ରଭୁଙ୍କର ଅତ୍ଯନ୍ତ ଆସକ୍ତ ଥିଲେ। ସେ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହାଇେ ନଥିଲେ। ଆଉ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ। ସେ ସମସ୍ତ ଆଜ୍ଞା ସେ ପାଳନ କଲେ।
7. ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ ସେ ଯେ କୌଣସି କାର୍ୟ୍ଯ କଲେ ସବୁ ରେ କୃତକାର୍ୟ୍ଯ ହେଲେ।
8. ସେ ଘସା ଓ ତହିଁର ସୀମା ପର୍ୟ୍ଯନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ ଓ େଛାଟ ନଗରଗୁଡିକ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।
9. ଅନନ୍ତର ଯିହୁଦାର ରାଜା ହିଜକିଯଙ୍କର ରାଜତ୍ବର ଚତୁର୍ଥ ବର୍ଷ ରେ ଓ ଇଶ୍ରାୟେଲର ରାଜା ଏଲାଙ୍କର ପୁତ୍ର ହାେେଶୟଙ୍କ ରାଜତ୍ବର ସପ୍ତମ ବର୍ଷ ରେ ଅଶୂରର ରାଜା ଶଲ୍ମନଷେର ଶମରିଯା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇ ତାଙ୍କୁ ଅବରୋଧ କଲେ।
10. ତୃତୀୟ ବର୍ଷ ଶଷେ ରେ ସମାନେେ ତାକୁ ଅଧିକାର କଲେ। ହିଜକିଯଙ୍କ ରାଜତ୍ବର ଷଷ୍ଠ ବର୍ଷ ରେ ଓ ଇଶ୍ରାୟେଲର ରାଜା ହାେେଶୟଙ୍କ ରାଜତ୍ବର ନବମ ବର୍ଷ ରେ ଏହା ଅଧିକୃତ ହେଲା।
11. ଏହାପରେ ଅଶୂରର ରାଜା ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନଇେ ହଲହ ରେ, ହାବୋର ରେ, ଗୋଶନ ନଦୀ କୂଳ ରେ ଓ ମାଦୀଯମାନଙ୍କ ବିଭିନ୍ନ ନଗର ରେ ସମାନଙ୍କେୁ ରଖିଲେ।
12. ଏସବୁ ଘଟିବାର କାରଣ ହେଲା ସମାନେେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସମାନେେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସବେକ ମାଶାଙ୍କେର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
13. ଅନନ୍ତର ହିଜକିଯଙ୍କର ରାଜତ୍ବର ଚତୁଃର୍ଦ୍ଦଶ ବର୍ଷ ରେ ଅଶୂରର ରାଜା ସନ୍ ହରେୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।
14. ଏହାପରେ ଯିହୁଦାର ରାଜା ହିଜକିଯ ଲାଖୀଶକୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, ମୁଁ ପାପ କରିଅଛି, ଦୟାକରି ମାେ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣା ମାେ ଠାରୁ ଯାହା ଗ୍ଭହିଁବେ ମୁଁ ଦବୋକୁ ପ୍ରସ୍ତୁତ ଅଛି।
15. ତେଣୁ ହିଜକିଯ ସଦାପ୍ରଭୁଙ୍କ ମନ୍ଦିର ରେ ଓ ରାଜଗୃହର ଭଣ୍ତାରମାନ ରେ ଥିବା ସମସ୍ତ ରୂପା ତାଙ୍କୁ ଦଇେ ଦେଲେ।
16. ସେ ସମୟରେ ହିଜକିଯ ସଦାପ୍ରଭୁଙ୍କ ମନ୍ଦିର ଦ୍ବାର ଦେଶ ରେ ଓ ସ୍ତମ୍ଭମାନଙ୍କ ରେ ଯେଉଁ ସୁବର୍ଣ୍ଣ ମଣ୍ତନ କରିଥିଲେ ସେ ସବୁ କାଟି ଅଶୂରର ରାଜାଙ୍କୁ ଅର୍ପଣ କଲେ।
ସେନାଚେରିବ ପ୍ରଭୁଙ୍କ ବିରୁଦ୍ଧରେ ଗର୍ବ କରନ୍ତି
17.
18. ପୁଣି ସମାନେେ ରାଜା ହିଲକିଯଙ୍କୁ ଡାକନ୍ତେ ହିଲକିଯର ପୁତ୍ର ଇଲିଯାକୀମ୍ ନାମକ ରାଜଗୃହାଧ୍ଯକ୍ଷ, ଶିବନ୍ ଲେଖକ ଓ ଆସଫର ପୁତ୍ର ୟୋଯାହ ନାମକ ଇତିହାସ ଲେଖକ ସମାନଙ୍କେୁ ଭଟେିବାକୁ ବାହାରିଲେ।
19. ସନୋଧ୍ଯକ୍ଷମାନଙ୍କ ମଧ୍ଯରୁ ରବଶାକି ସମାନଙ୍କେୁ କହିଲା, ତୁମ୍ଭମାନେେ ହିଜକିଯଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,
20. ତୁମ୍ଭର ଏକଥା ନିରର୍ଥକ। କାରଣ ତୁମ୍ଭେ କୁହ, ୟୁଦ୍ଧ ରେ ଜଯଲାଭ କରିବା ପାଇଁ ମାରେ ବହୁତ ମନ୍ତ୍ରଣା ଓ ବଳ ଅଛି। କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେ ହତେୁ ମାେ ବିପକ୍ଷ ରେ ବିଦ୍ରୋହ କରୁଛ?
21. ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହାଇେଥିବା ଆଶାବାଡି ଉପରେ ନିର୍ଭର କରୁଅଛ। ଏହି ଆଶାବାଡି ମିଶରର ଅଟେ। କିନ୍ତୁ ଯଦି କହେି ତା' ଉପରେ ଆଉଜେ ଏହା ଭାଙ୍ଗି ୟିବ ଏବଂ ହାତ ରେ ପଶି ଫୋଡି ହାଇଯେିବ ଓ ଏହାକୁ ଘାଆ କରିଦବେ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସମାନେେ ଏହି ଭାଗ୍ଯର ଅଂଶିଦାର ହବେ।
22. ତୁମ୍ଭମାନେେ କହିପାର, ଆମ୍ଭମାନେେ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ଉପରେ ନିର୍ଭର ରଖୁଅଛୁ। କିନ୍ତୁ ମୁଁ ଜାଣେ ହିଜକିଯ ଯେଉଁ ଉଚ୍ଚସ୍ଥଳୀ ଓ ୟଜ୍ଞବଦେୀ ରେ ଲୋକମାନେ ପୂଜା କରୁଥିଲେ ସେ ସଗେୁଡିକୁ ଦୂ ରଇେ ଦଇେଛନ୍ତି ଆଉ ଯିହୁଦାକୁ ୟିରୁଶାଲମ୍କୁ କହିଛନ୍ତି ତୁମ୍ଭମାନେେ କବଳେ ୟିରୁଶାଲମ୍ର ୟଜ୍ଞବଦେୀ ନିକଟରେ ପୂଜା କରିବ।
23. ଏବେ ମୁଁ ବିନଯ କରୁଅଛି, ମାେ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ବ ଦବେି। ତୁମ୍ଭେ ଯଦି ପାରୁଛ ତବେେ ସମାନଙ୍କେ ଉପରେ ଚଢିବା ପାଇଁ ତୁମ୍ଭ ଆଡୁ ଲୋକ ଆଣ।
24. ତୁମ୍ଭେ ମାରେ ମହାଶୟଙ୍କ ଦାସମାନଙ୍କ ମଧ୍ଯରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ଯକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ବାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।
25. ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମାେତେ କହିଲେ, ଏହି ଦେଶ ବିରୁଦ୍ଧ ରେ ୟାଅ ଓ ତାକୁ ଧ୍ବଂସ କର!
26. ତା'ପରେ ହିଲକିଯର ପୁତ୍ର ଇଲିଯାକୀମ୍, ଶିବନ ଓ ୟୋଯାହ ରବଶାକିକୁ କହିଲେ, ବିନଯ କରୁଅଛୁ, ଆପଣ ଅରାମୀଯ ଭାଷା ରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭମାନେେ ତାହା ବୁଝୁଅଛୁ। କିନ୍ତୁ ଆପଣ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।
27. କିନ୍ତୁ ଆଦେଶକାରୀ ସମାନଙ୍କେୁ କହିଲେ, ମାରେ ମହାଶୟ କବଳେ ତୁମ୍ଭର ମହାଶୟଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇ ନାହାନ୍ତି। ପ୍ରାଚୀର ଉପରେ ବସିଥିବା ଲୋକମାନଙ୍କୁ ମଧ୍ଯ ମୁଁ କହିବି। ମୁଁ ସମାନଙ୍କେୁ ଜଣାଇଦବୋକୁ ଗ୍ଭ ହେଁ ଯେ, ସମାନେେ ତୁମ୍ଭମାନଙ୍କ ସହିତ ସମାନଙ୍କେର ବିଷ୍ଠା ଖାଇବେ ଓ ସମାନଙ୍କେର ମୂତ୍ର ପିଇବେ।
28. ତାପରେ ଆଦେଶକାରୀ ୟିହୁଦୀଯ ଭାଷା ରେ ଉଚ୍ଚସ୍ବର ରେ ଚିତ୍କାର କରି କହିଲେ, ତୁମ୍ଭମାନେେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ।
29. ରାଜା ଏହି କଥା କହିନ୍ତି, 'ତୁମ୍ଭମାନଙ୍କୁ ଧୋକା ଦବୋକୁ ହିଜକିଯକୁ ପ୍ରଶଯ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମାେ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।'
30. ହିଜକିଯ ତୁମ୍ଭର ବିଶ୍ବାସ ସଦାପ୍ରଭୁଙ୍କଠା ରେ ନଜନ୍ମାଉ, ହିଜକିଯ କ ହେ, 'ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବେ। ଅଶୂରର ରାଜା ଏହି ନଗରକୁ ପରାସ୍ତ କରି ପାରିବ ନାହିଁ।'
31. ହିଜକିଯ କଥା ଶୁଣ ନାହିଁ।
32. ଶଷେ ରେ ମୁଁ ଆସି ତୁମ୍ଭମାନଙ୍କର ସ୍ବଦେଶ ତୁଲ୍ଯ ଏକ ଦେଶକୁ ନଇୟିବେି ଯେଉଁଠା ରେ ଶସ୍ଯ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜିତତୈଳ ଓ ମଧୂ ବିପୁଳ ପରିମାଣ ରେ ଅଛି, ସଠାେରେ ତୁମ୍ଭମାନେେ ବଞ୍ଚିବ ଓ ମରିବ ନାହିଁ। ମାତ୍ର ରାଜା ହିଜକିଯ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।'
33. ନାନା ଗୋଷ୍ଠୀଯ ଦବେତାଗଣ ମଧ୍ଯରୁ କୌଣସି ଦବେତା କ'ଣ ଅଶୂରୀଯ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା!
34. ହମାତର ଓ ଅର୍ପଦର ଦବେତାମାନେ କାହାନ୍ତି? ସଫର୍ବିଯିମର ହନୋର ଓ ଅଦ୍ଦାର ଦବେତାମାନେ କାହାନ୍ତି? ସମାନେେ କ'ଣ ମାେ ହସ୍ତରୁ ଶମରିଯାକୁ ଉଦ୍ଧାର କରିଛନ୍ତି? ନା!
35. ନାନା ଗୋଷ୍ଠୀଯ ଦବେତାଗଣ ମଧ୍ଯରୁ କହେି ଆପଣା ଦେଶକୁ ମାେ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମାେ' ଠାରୁ ୟିରୁଶାଲମ୍କୁ ଉଦ୍ଧାର କରିବେ?
36. ମାତ୍ର ଲୋକମାନେ ନୀରବ ରହିଲେ। ସମାନେେ ପଦେ ହେଲେ ରବଶାକିକୁ ଉତ୍ତର କଲେ ନାହିଁ, କାରଣ ହିଜକିଯ ସମାନଙ୍କେୁ ଆଦେଶ କରିଥିଲେ, କୌଣସି କଥା ତାଙ୍କୁ କହିବ ନାହିଁ।
37. ହିଲ୍କିଯର ପୁତ୍ର ଇଲିଯାକୀମ ନାମକ ରାଜଗୃହାଧ୍ଯକ୍ଷ, ଶିବନ୍ ଲେଖକ ଓ ଆସଫର ପୁତ୍ର ୟୋଯାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜିକିଯ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।